ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ଶିଶୁକନ୍ୟା ମୃତ, ୪ ଗୁରୁତର

150

ଗଞ୍ଜାମ:  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟ ରାସ୍ତାର ଗଣିଆ ନାଳ ଛକରେ ମା ଖେମୁଣ୍ଡି କାଳୁଆ ଫାଟକ ନିକଟରେ ଗତକାଲି ରାତିରେ ଦୁଇ ବାଇକ୍ ମୁହାଁମୁହୌିଁ ଧକ୍କା ହେବା ଫଳରେ ଏକ ଦେଢ଼ ବର୍ଷିୟା ଶିଶୁକନ୍ୟାର ମୃତ୍ୟୁ ଘଟିଛି । ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ଶିଶୁକନ୍ୟା ହେଉଛି ଦିଗପହଣ୍ଡି ଥାନା ଅନ୍ତର୍ଗତ ବି.ତୁରୁଗୁଡି ପଚାଂୟତ ମରେଇବାଡି ଗ୍ରାମର ଚାନ୍ଦିନୀ ମଲ୍ଲିକ ।

ଏହି ଦୁର୍ଘଟଣାରେ ଶିଶୁକନ୍ୟାର ମା ସାରସୁ (୩୫), ବାପା ଜୁରିଆ (୪୦) ଓ ଭାଇ ଚନ୍ଦନ ମଲ୍ଲିକ ଓ ଲକ୍ଷ୍ମିନାରାୟଣୁର ଗ୍ରାମର ବାଇକ୍ ଚାଳକ ଅଜୟ ଦଳ ବେହେରା ଗୁରୁତର ଆହତ ହୋଇଛନ୍ତି । ଦିଗପହଣ୍ଡି ପୋଲିସ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଡାକ୍ତରଖାନା ଭର୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ୪ ଜଣଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ମୃତ ଶିଶୁକନ୍ୟାର ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଛି ।

Leave A Reply

Your email address will not be published.