କରୋନା କଟକଣାରେ ପାଳନ ହେବ ଉତ୍କଳ ଦିବସ

235

ଭୁବନେଶ୍ୱର: କରୋନା ସମୟରେ ଉତ୍କଳ ଦିବସ ପାଳନ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଉତ୍କଳ ଦିବସ ପାଳନ ସମୟରେ ରାଜ୍ୟରେ କୌଣସି ସ୍ଥାନରେ ବହୁ ମାତ୍ରାରେ ଲୋକଙ୍କ ସମାଗମ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ସରକାରୀ ବୈଠକ ଏବଂ ଉତ୍ସବ ପାଳନରେ ସର୍ବାଧିକ ୨୦୦ ଲୋକଙ୍କୁ ସାମିଲ ହେବାକୁ ଅନୁମତି ମିଳିଛି । କିନ୍ତୁ ସାମାଜିକ ଦୂରତା ରକ୍ଷା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ସହିତ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ସଭା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ବାଦ୍ ଦିଆଯାଇଛି । ସେହିପରି ସାମାଜିକ, ସାଂସ୍କୃତିକ, କ୍ରୀଡା, ମନୋରଂଜନ, ଶିକ୍ଷାନୁଷ୍ଠାନ ତଥା ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି ହୋଇଛି ।

ତେବେ ଅନ୍ୟ କୌଣସି ସଂଗଠନ କରୋନା ନିୟମ ପାଳନ କରି ଉତ୍କଳ ଦିବସ ପାଳନ କରିବାକୁ ଚାହିଁଲେ ସ୍ଥାନୀୟ ପ୍ରଶାସନ ଠାରୁ ନେବାକୁ ଅନୁମତି ପଡ଼ିବ । ଜିଲ୍ଲାପାଳ, ପୌର କମିଶନରଙ୍କ ଠାରୁ ଅନୁମତି ନେଇପାରିବେ । ଉତ୍କଳ ଦିବସ ପାଳନରେ କରୋନା କଟକଣାକୁ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।

Leave A Reply

Your email address will not be published.