କରୋନାରେ ଦେଶରେ ଗତ ୨୪ ଘଂଟାରେ ୫୯,୧୧୮ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୫୯,୧୧୮ ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୨୫୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୮,୪୬,୬୫୨ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪,୨୧,୦୬୬ ଥିବା ବେଳେ ବର୍ତମାନ ସୁଦ୍ଧା ୧,୬୦,୯୪୯ ଜଣ ମୃତ୍ୟୁ ବରଣ କରିଛନ୍ତି ।