ଭୁବନେଶ୍ୱର: ଏଣିକି ସପ୍ତାହକୁ ୩ ଦିନ ହେବ ଟିକାଦାନ । ସୋମ, ଗୁରୁ ଏବଂ ଶନିବାର ହେବ ରାଜ୍ୟରେ ଟିକାଦାନ । ଦୈନିକ ଟିକାକରଣରେ ବିଭିନ୍ନ କେନ୍ଦ୍ରରେ ଡାକ୍ତର,ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହେବା ସହ ଟିକା ନେଉଥିବାରୁ ସ୍ୱାସ୍ଥ୍ୟସେବା ପ୍ରଭାବତି ହେଉଛି । ତେଣୁ ଏଣିକୁ ସପ୍ତାହକୁ ୩ ଦିନି ଟିକାଦାନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଶାଳୟ ନିଷ୍ପତ୍ତି ନେଇଛି । ସପ୍ତାହରେ ସର୍ବାଧିକ ୪ ଦିନ ଏବଂ ସର୍ବନିମ୍ନ ୨ ଦିନ ଟିକାକରଣ କରାଯାଇ ପାରିବ । ଅନ୍ୟ ରାଜ୍ୟମାନଙ୍କ ପାଇଁ ମଧ୍ୟ ଭିନ୍ନ ଭିନ୍ନ ଦିନ ଧାର୍ଯ୍ୟ କରାଯାଇଛି । ଗୁରୁବାର ସୁଦ୍ଧା ରାଜ୍ୟରେ ୧ଲକ୍ଷ ୧୧ହଜାର ୯୫୩ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇ ସାରିଲାଣି ।
ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୯୨ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ୨୫ ତାରିଖ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ପଞ୍ଚମ ଦିନ ଅର୍ଥାତ୍ ଗୁରୁବାର ରାଜ୍ୟରେ ସର୍ବାଧିକ ୪୪ ହଜାର ୪୮୦ ଜଣ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି । ସର୍ବାଧିକ ୧୨୧ ପ୍ରତିଶତ ଟିକାକରଣ ହୋଇଛି । ଗଂଜାମରେ ୧୩୩୫ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ପ୍ରସ୍ତୁତି ହୋଇଥିବା ବେଳେ କର୍ମୀଙ୍କ ଉତ୍ସାହକୁ ଦେଖି ୩ ହଜାର ୭୪୭ଜଣ ଟିକା ନେଇଛନ୍ତି । ଶୁକ୍ରବାର ୧୩୭ଟି କେନ୍ଦ୍ରରେ ଟିକାଦାନ କରାଯାଉଛି । ୮ଟି ଜିଲ୍ଲା ଏବଂ ଭୁବେନଶ୍ୱରରେ ଟିକାକରଣ ବନ୍ଦ ରହିବ । ଶୁକ୍ରବାର ୧୧ ହଜାର ୮୫୫ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି ।