ସାଲେପୁର: ସାଲେପୁର ଘଟଣା ଘଟିଛି କଟକ ଜିଲ୍ଲା କିଶନ ନଗର ଥାନା ଅଂଚଳର ହରିପୁର ଗାଁରେ । ହରିପୁର ଗାଁର ବାବୁ ପୃଷ୍ଟି ଘରେ ଦୁଇ ଜଣ ଶ୍ରମିକ ଘର କାମ କରୁଥିଲେ। ଦୁଇ ଜଣ ଶ୍ରମିକ ହେଲେ ନେମାଳ ଥାନା ଅନ୍ତର୍ଗତ ବଳରାମ ପୁର ଗାଁର ଟନିଆ ଦାସ ଓ ବଟ ବେହେରା । କାମ କରୁଥିବା ସମୟରେ ସ୍ଲାପଟି ଖସି ପଡ଼ିବାରୁ ଟନିଆ ଦାସଙ୍କ ମୃତ୍ୟୁ ହୋଇଥିଲା ଓ ବଟ ବେହେରା ଆହାତ ହୋଇଥିଲେ । ଦୁଇଜଣଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ଟନିଆ ଦାସକୁ ମୃତ ଘୋଷଣା କରିଥିଲେ। ବଟ ବେହେରାଙ୍କୁ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ସାଲେପୁର ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।
Sign in
Sign in
Recover your password.
A password will be e-mailed to you.