ଜାଣନ୍ତୁ ଭାରତୀୟ ନୌସେନା ର ଇତିହାସ

157

ଭାରତୀୟ ନୌସେନାର ଇତିହାସ ୮୦୦୦ ବର୍ଷ ରୁ ଅଧିକ ପୁରୁଣା । ଏହା ବେଦରେ ମଧ୍ୟ ଉଲ୍ଲେଖ ଅଛି । ବିଶ୍ୱ ରେ ପ୍ରଥମ ଡ଼କ ଖ୍ରୀଷ୍ଟ ପୂର୍ବ ୨୩୦୦ ରେ ନିର୍ମିତ ହୋଇଥିଲା ହରପ୍ପା ସଭ୍ୟତା ସମୟରେ ନିର୍ମାଣ ହୋଇଥିଲା ବନ୍ଦର ବା ଡକ । ଗୁଜୁରାଟ ଉପକୂଳର ମଙ୍ଗଲ ବନ୍ଦର ନିକଟରେ ଏହା ନିର୍ମାଣ ହୋଇଥିଲା । ୧୬୧୨ ରେ କ୍ୟାପଟେନ ବେଷ୍ଟ ପର୍ତୁଗିଜ ମାନଙ୍କ ସହିତ ଯୁଦ୍ଧ କରିଥିଲେ । ପର୍ତୁଗିଜ ମାନେ ପରାସ୍ତ ହୋଇଥିଲେ । ବାଧ୍ୟ ହୋଇ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ସୁରଟ ନିକଟରେ ଜାହାଜ ନିର୍ମାଣ କରିବାକୁ ବାଧ୍ୟ ହୋଇଥିଲେ । ୧୬୧୨ ସେପ୍ଟେମ୍ବର ୫ ରେ ଯୁଦ୍ଧ ବିମାନ ର ପ୍ରଥମ କଣ୍ଟୀଜେଣ୍ଟ ସୁରଟ ରେ ପହଞ୍ଚି ଥିଲା । ଏହାକୁ ଇଷ୍ଟ ଇଣ୍ଡିଆ କମ୍ପାନୀ ମେରାଇନ ବୋଲି କୁହାଗଲା । ୧୬୬୨ ରେ ବମ୍ବେ ବ୍ରିଟିଶ ମାନଙ୍କୁ ହସ୍ତାନ୍ତର କରାଗଲା କିନ୍ତୁ ୧୯୬୫ ରେ ବ୍ରିଟିଶ ମାନେ ବମ୍ବେ କୁ ସମ୍ପୂର୍ଣ ଅଧିକାର କଲେ । ୧୬୬୮ ସେପ୍ଟେମ୍ବର ୨୦ ରେ ଇଷ୍ଟ ଇଣ୍ଡିଆ କମ୍ପାନୀ ମେରାଇନ କୁ ବମ୍ବେର ବାଣିଜ୍ୟ ଦାୟିତ୍ୱ କରାଗଲା । ୧୬୮୬ ରେ ଇଷ୍ଟ ଇଣ୍ଡିଆ ମେରାଇନ ର ନାମ ପରିବର୍ତ୍ତନ କରାଯାଇ ବମ୍ବେ ମେରାଇନ ରଖାଗଲା । ବମ୍ବେ ମେରାଇନ ୧୮୨୪ ରେ ମରାଠା । ସିନ୍ଧ ଓ ବର୍ମା ଯୁଦ୍ଧରେ ଭାଗ ନେଲା । ୧୮୩୦ ରେ ବମ୍ବେ ମେରାଇନ ଭାରତୀୟ ନୌସେନା ନାମରେ ନାମିତ ହେଲା । ୧୮୬୩ ରୁ ୧୮୭୭ ପର୍ଯ୍ୟନ୍ତ ଏହାର ନାମ ପୁନର୍ବାର ବମ୍ବେ ମେରାଇନ ରଖାଗଲା ।  ୧୮୭୭ ରେ ପୁଣି ଭାରତୀୟ ମେରାଇନ ନାମରେ ପରିବର୍ତ୍ତନ କରାଗଲା । ୧୮୯୨ ରେ ରୟାଲ ଇଣ୍ଡିଆନ ମେରାଇନ ନାମରେ ପରିବର୍ତ୍ତନ ହେଲା । ସେତେବେଳକୁ ଏଥିରେ ୫୦ ରୁ ଅଧିକ ଜାହାଜ ରହିଥିଲା । ୧୯୩୫ ରେ ରୟାଲ ଇଣ୍ଡିଆନ ନୌସେନା ପ୍ରତିଷ୍ଠା ହେଲା । ଦ୍ଵିତୀୟ ବିଶ୍ୱଯୁଦ୍ଧ ଆରମ୍ଭରେ ଏଥିରେ ଥିଲା ୮ ଟି ଯୁଦ୍ଧ ଜାହାଜ । ଦେଶ ସ୍ୱାଧୀନ ହେବାବେଳକୁ ରୋୟାଲ ଇଣ୍ଡିଆନ ନୌସେନାରେ ୧୧୭ ଟି ଯୁଦ୍ଧ ଜାହାଜ ଥିବାବେଳେ କର୍ମଚାରୀ ଥିଲେ ୩୦ ହଜାର । ସ୍ୱାଧୀନତା ସମୟରେ ୩୨ ଟି ପୁରୁଣା ଜାହାଜ । ୧୧ ହଜାର ଅଧିକାରୀ ଓ କର୍ମଚାରୀ ଆରବସାଗର ଉପକୂଳରେ ପେଟ୍ରୋଲିଙ୍ଗ କରୁଥିଲେ ।

Leave A Reply

Your email address will not be published.