ଜାମ୍ମୁ କାଶ୍ମୀରରେ ସେନାକୁ ବଡ ସଫଳତା ୨ ଆତଙ୍କବାଦୀ ନିହତ

204

ଡୁମାଣୀ ଟିଭି,୧୦/୪:ଜାମ୍ମୁ କାଶ୍ମୀରରେ ସେନାକୁ ବଡ ସଫଳତା । ସେନା ଓ ପୋଲିସ ମିଳିତ ଭାବେ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣରେ ସମ୍ପୃକ୍ତ ଥିବା ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ଏକ ଏନକାଉଣ୍ଟରରେ ଆତଙ୍କବାଦୀ ଦ୍ୱୟ ପ୍ରାଣ ହରାଇଛନ୍ତି । ତେବେ ଏହି ସମୟରେ ୩ ଜଣ ଯବାନ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ରବିବାର ବିଶମ୍ବର ନଗର ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ତଥ୍ୟ ମିଳିଥିଲା । ଯବାନମାନେ ତୁରନ୍ତ ଏଠାରେ କମ୍ବିଂ ଅପରେସର ଆରମ୍ଭ କରିଥିଲେ। ତେବେ ଯବାନଙ୍କୁ ଦେଖି ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ । ଯବାନମାନେ ଏହାର କଡା ଜବାବ ଦେଇଥିଲେ । ଯେଉଁଥିପାଇଁ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲା ।

ନିହତ ଆତଙ୍କବାଦୀ ଗତ ଏପ୍ରିଲ୍ ୪ ତାରିଖରେ ଶ୍ରୀନଗରର ମାଇସୁମା ଅଞ୍ଚଳରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିଲା । ଯେଉଁଥିରେ ଜଣେ ଯବାନ ସହିଦ ହୋଇଥିଲେ ।

ସୈନ୍ୟଅଧିକାରୀ କହିଛନ୍ତି ଯେ, ଏବେବି କମ୍ବିଂ ଜାରି ରହିଛି । ଆତଙ୍କବାଦୀମାନେ ଏନକାଉଣ୍ଟର ସ୍ଥାନରେ ଗ୍ରେନେଡ ଫିଙ୍ଗିଥିଲେ । ଫଳରେ ଜଣେ ସିଆରପିଏଫ ଯବାନ ଏବଂ ଦୁଇ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.