ରାଜ୍ୟ ସରକାର କୋମଳ ମତି ଶିଶୁ ମାନଙ୍କର ବିକାଶ ପାଇଁ ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ସତ।ହେଲେ କିଛି ଛତୁଆ ଯୋଗାଣ କାରି ସଂସ୍ଥା ଅଧିକ ଲାଭର ଲାଳସାରେ ନିମ୍ନ ମାନର ଛତୁଆ ଯୋଗାଇ ଶିଶୁ ମାନଙ୍କର ଜୀବନକୁ ନେଇ ଖେଳ ଖେଳୁଛନ୍ତି । ସୂଚନାଯୋଗ୍ୟ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ କଳାମାଟିଆ ଗ୍ରାମପଞ୍ଚାୟତ ର ୪ ନମ୍ବର ଅଙ୍ଗନବାଡି କେନ୍ଦ୍ରରୁ ବ୍ୟାପକ ଅନିୟମିତତାର ଅଭିଯୋଗ ଆଣିଛନ୍ତି ଖୋଦ ଅଭିଭାବକ ମାନେ ।ଅଭିଯୋଗ ମୁତାବକ ଉକ୍ତ କେନ୍ଦ୍ରରେ ଶିଶୁ ମାନଙ୍କୁ ପୃଷ୍ଟିକର ଖାଦ୍ୟ ବଦଳରେ ଦିଆଯାଉଛି ଅପମିଶ୍ରିତ ଓ ପୋକ ସାଲୁବାଲୁ ହେଉଥିବା ନିମ୍ନ ମାନର ଛତୁଆ. ଯାହାକି ଖାଦ୍ୟ ଉପଯୋଗୀ ନୁହେଁ ଓ ଯାହାକୁ ଖାଇଲେ ଶିଶୁମାନେ ଅସୁସ୍ଥ ହେବାର ସମ୍ଭାବନା ରହିଛି ।ସରକାରୀ ନିୟମ ଅନୁଯାଇ ଖାଦ୍ୟ ତିଆରି ହେବାବେଳେ ବିଭାଗୀୟ ଅଧିକାରୀ ମାନେ ଏହାର ସଠିକ୍ ତଦାରଖ କରି ଖାଦ୍ୟ ପଦାର୍ଥ କୁ ଦେବାପାଇଁ ଅନୁମତି ଦିଆଯାଏ, ଶିଶୁ ମାନଙ୍କ ପାଇଁ ଆସୁଥିବା ପ୍ରତ୍ୟକ ଖାଦ୍ୟରେ ପ୍ରସ୍ତୁତି ଓ ଏହାର ଅବଧି ତାରିଖ ରହିବାର ନିୟମ ଥିବାବେଳେ ଉକ୍ତ ଛତୁଆରେ ନା ଅଛି ପ୍ରସ୍ତୁତି ତାରିଖ ନା ଅବଧି ତାରିଖ ।ଯେଉଁଥିପାଇଁ ଖାଦ୍ୟର ମାନକୁ ନେଇ ଅଭିଭାବକ ମାନେ ପ୍ରଶ୍ନ ଉଠାଇଛନ୍ତି ।ତେବେ ଉକ୍ତ ଛତୁଆର ପ୍ରସ୍ତୁତି ଦାଇତ୍ୱରେ ଥିବା ମା ଚଣାଖାଇ ସ୍ଵୟଂ ସହାୟିକା ଗୋଷ୍ଠୀ ଏପରି ନିମ୍ନ ମାନର ଛତୁଆ ପ୍ରସ୍ତୁତ କରି ଶିଶୁ ମାନଙ୍କର ଜୀବନକୁ ନେଇ ଖେଳ ଖେଳୁଥିବାର ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କାହିଁକି ଉକ୍ତ ଘଟଣା ଉପରେ ବିଭାଗୀୟ ଅଧିକାରୀମାନେ ଧ୍ୟାନ ଦେଉନାହାନ୍ତି ତାହାକୁ ନେଇ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଖାଲି ସେତିକି ନୁହେଁ ଉକ୍ତ ଅଙ୍ଗନବାଡି କେନ୍ଦ୍ରର ଦାଇତ୍ୱରେ ଥିବା ଅଙ୍ଗନ ବାଡ଼ି କର୍ମୀ କାବେରୀ ମଲ୍ଲିକ ପିଲା ମାନଙ୍କୁ ଠିକ ସମୟରେ ପାଠ ପଢାଉ ନଥିବା ବେଳେ ସେମାନଙ୍କ ପାଇଁ ଆସୁଥିବା ବିଭିନ୍ନ ପ୍ରକାର ପୃଷ୍ଟିକର ଖାଦ୍ୟକୁ ଆତ୍ମସାତ କରୁଥିବାର ଅଭିଯୋଗ ମଧ୍ୟ ଆଣିଛନ୍ତି ଅଭିଭାବକ ମାନେ ।ଖାଲି ସେତିକି ନହେଁ ସରକାରୀ ନିୟମକୁ ନମାନି ବିଭିନ୍ନ ସମୟରେ ନିଜ ମନ ମୁତାବକ ଅଙ୍ଗନୱାଡି କେନ୍ଦ୍ର କୁ ପରିଚାଳନା କରୁଥିବା ସହିତ ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ତିଆରି ହୋଇଥିଲେ ମଧ୍ୟ ସେହି କେନ୍ଦ୍ରରେ ପିଲାମାନଙ୍କୁ ପାଠପଢ଼ା ଯାଉନଥିବା ବେଳେ କୌଣସି ଉପରିସ୍ଥ ଅଧିକାରୀଙ୍କୁ ନଜଣାଇ ଛୁଟିରେ ମଧ୍ୟ ରହୁଛନ୍ତି ।ଏ ବିଷୟରେ ଗଣମାଧ୍ୟମ ପ୍ରଶ୍ନ କରିବାରୁ ସେ ସୁପରଭାଇଜର ଙ୍କୁ ଜଣାଇ ଛୁଟି ନେଇଛନ୍ତି ବୋଲି ମିଛ ମଧ୍ୟ କହିଥିଲେ ।କିନ୍ତୁ ଅଧିକ ପଚରା ଉଚରା ପରେ ସେ ସବୁ ସତ ଓଗାଳି ଥିଲେ ।ତେବେ ଏ ବିଷୟରେ ସି. ଡି.ପି.ଓ ଙ୍କ ପତିକ୍ରିୟା ମିଳିପାରି ନଥିବା ବେଳେ ସୁପରଭାଇଜରଙ୍କୁ ପଚାରିବାରୁ ସେ ଉକ୍ତ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି l
Sign in
Sign in
Recover your password.
A password will be e-mailed to you.