ରାଜ୍ୟସ୍ତରୀୟ ପରେଡ ପାଇଁ ପ୍ରଦର୍ଶନୀ ପଡ଼ିଆରେ ରିହରସଲ

140

ଭୁବନେଶ୍ୱର, 13 ଅଗଷ୍ଟ  – ସ୍ୱାଧୀନତା ଦିବସରେ ରାଜ୍ୟସ୍ତରୀୟ ପରେଡ ପାଇଁ ଫୁଲ ଡ୍ରେସ ରିହରସଲ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଶେଷ ହୋଇଛି । ପୁଲିସ ମହାନିର୍ଦ୍ଦେଶକ ଫୁଲ ଡ୍ରେସ ରିହରସଲରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ମିଳିଥିବା ସୂଚନା ଅନୁସାରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବେ ।ଚଳିତ ବର୍ଷ ପ୍ୟାରେଡରେ ୩ ଟି କଂଟିନଜେଂଟ ଭାଗ ନେବେ । ଏହା ସହ ବ୍ରାସ ବ୍ୟାଣ୍ଡ ମଧ୍ୟ ପରେଡରେ ସାମିଲ ହେବେ । ୩ ଟି କଂଟିଜେଂଟରେ ଓଡ୍ରାଫ, ଓଏସଏପି ଓ ଏସଏସବି ସାମିଲ ହେବେ । କରୋନା କଟକଣାକୁ ନଜରରେ ରଖି ଛାତ୍ରଛାତ୍ରୀମାନେ ଭାଗ ନେବେ ନାହିଁ । ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା ରହିବ । ପୁରା ଗ୍ରାଉଣ୍ଡ ସିସିଟିଭି ବଳୟରେ ରହିବ । ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନଜରରେ ରଖି ପରେଡ ଗ୍ରାଉଣ୍ଡରେ ୧୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ ।

Leave A Reply

Your email address will not be published.