Browsing Category

ରାଜ୍ୟ

କ୍ଷେତରୁ ବୃଦ୍ଧଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ : ମୃତଦେହ ନିକଟରୁ ମିଳିଲା ପଥର ଓ ହାତୁଡ଼ି

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ଅନ୍ତର୍ଗତ କଇଥଖୋଳା ଦଣ୍ଡା ଗାଁ ନିକଟ କ୍ଷେତ ମଧ୍ୟରୁ ଜଣେ ବୃଦ୍ଧଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତକଙ୍କ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି ।…

ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗରେ ହଟ୍ଟଗୋଳ, ହୋଇ ପାରିଲା ନାହିଁ ପ୍ରଶ୍ନୋତର କାର୍ଯ୍ୟକ୍ରମ

-ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ, ଗୃହ ବାରମ୍ବାର ମୁଲତବୀ ଭୁବନେଶ୍ୱର: ବିଜୁଳି ଦଳ ବୃଦ୍ଧି ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ମାନଙ୍କର ହଟ୍ଟଗୋଳ କାରଣରୁ ଆଜି ବିଧାନସଭାରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା । ଗୃହରେ ଅଚଳାବସ୍ଥାକୁ ଏଡାଇବାକୁ ଯାଇ ବାଚସ୍ପତି ଗୃହକୁ…

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି : ୪ ଘଂଟା ବନ୍ଦ ରହିବ ଦର୍ଶନ

ପୁରୀ: ଆଜି ଅପରାହ୍ନରେ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ଶ୍ରୀମୁଖ ଶୃଙ୍ଗାର ଅର୍ଥାତ୍ ବନକଲାଗି ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ପରେ ଅପରାହ୍ନ ୪ଟା ଠାରୁ ଏହି ଗୁପ୍ତ ସେବା ଆରମ୍ଭ ହେବ । ଏଥିପାଇଁ ଅପରାହ୍ନ ୪ଟା ଠାରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଂଟା ଧରି ଦର୍ଶନ ବନ୍ଦ ରହିବ । ଦତ…

୭ ହଜାର ଟଙ୍କା ଲାଂଚ ନେଇ ଧରାପଡିଲେ ଫିରିଙ୍ଗିଆ ମେଡ଼ିକାଲ ଅଫିସର

ଗଞ୍ଜାମ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆର ମେଡ଼ିକାଲ ଅଫିସର ଡ଼ାକ୍ତର ନିଶାନ୍ତ ମାଲୁ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ବିଲ୍ ପାସ୍ କରାଇଦେବା ପାଇଁ ୭ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ବ୍ରହ୍ମପୁର ଭିଜିଲାନ୍ସ ଅଧିକାରୀ ମାନେ ଏ ସମ୍ପର୍କରେ ପୂର୍ବରୁ…

ତିନି ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡି. ରିଷିକେଶ ଖିଲାରୀଙ୍କ ନିକଟରେ ଆଜି ଆନ୍ଧ୍ର-ଓଡ଼ିଶା ବର୍ଡ଼ର ଜୋନାଲ୍ କମିଟି ସିପିଆଇ ମାଓବାଦୀ ସଂଗଠନର ଦୁଇ ଜଣ ଏରିଆ କମିଟି ମେମ୍ବର ଓ ଜଣେ ପାର୍ଟି ମେମ୍ବର ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ…

ଏଥର ୪୫ ବର୍ଷରୁ ଊଦ୍ଧ୍ୱର୍ ବୟସ୍କଙ୍କୁ ଟିକା

ଭୁବନେଶ୍ୱର: ରାଜାଧାନୀରେ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ୪୫ ବର୍ଷରୁ ଊଦ୍ଧ୍ୱର୍ ବୟସ୍କ ଶିକ୍ଷକଙ୍କୁ ଦିଆଯିବ କରୋନା ଟିକା । ବିଭିନ୍ନ ଶିକ୍ଷାନୁଷ୍ଠାନରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ବିଏମ୍ସି । କରୋନା ନିୟନ୍ତ୍ରଣ…

ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ତାମିଲନାଡ଼ୁ ଏବଂ ଗୁଜରାଟରେ ଦୈନିକ ନୂଆ କରୋନା ମାମଲା ବଢ଼ିବାରେ…

-ଦେଶବ୍ୟାପୀ ୬.୧ କୋଟି ଡୋଜ୍ ଟିକା ଦିଆଯାଇଛି ନୂଆଦିଲ୍ଲୀ, ୩୧ ମାର୍ଚ (ହି.ସ.) ଛଅଟି ରାଜ୍ୟ: ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ତାମିଲନାଡ଼ୁ ଏବଂ ଗୁଜରାଟରେ ଦୈନିକ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ନୂଆ କରୋନା ମାମଲାରୁ ୭୮.୫୬% ମାମଲା ଚିହ୍ନଟ ହୋଇଛି ଛଅଟି…

ପିିପିିଲିରେ ଜମିବ ତ୍ରିମୁଖୀ ଲଢ଼େଇ

ପିପିଲି: ପିପିଲି ବିଧାନସଭା ଆସନ ପାଇଁ ଏବେ ତିନିଦଳ ମଧ୍ୟରେ ହେବ ତ୍ରିମୁଖୀ ଲଢ଼େଇ । ପୂର୍ବରୁ ବିଜେପି ଓ ବିଜେଡି ତାଙ୍କ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଶେଷ ମୂହୁର୍ତ୍ତରେ କଂଗ୍ରେସ ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଅନ୍ୟପକ୍ଷରେ ପିପିଲି ବିଧାନସଭା ଆସନ ନେଇ ଆଜି…

ରାଷ୍ଟ୍ରପତିଙ୍କର ହେଲା ବାଇପାସ ସର୍ଜରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ବାଇପାସ ସର୍ଜରୀ ଆଜି ଦିଲ୍ଲୀସ୍ଥିତ ଏମ୍ସରେ ହୋଇଛି । ସର୍ଜରୀ ସଫଳ ହୋଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ନିକଟରେ ରାଷ୍ଟ୍ରପତିଙ୍କୁ ଏମ୍ସ ସ୍ଥାନାନ୍ତର ହୋଇଥିଲା । ଏହାପରେ ତାଙ୍କର ସର୍ଜରୀ ଆଜି…

ବଢ଼ୁଛି ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କରୋନା କହର । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଲୋକଙ୍କ ଚିନ୍ତା ବଢ଼ିଯାଇଛି । ଗତ ୨୪ ଘଣ୍ଟାରେ ଦେଶରେ ୫୬ ହଜାର ୨୧୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିରି ଗତ ୨୪ ଘଣ୍ଟାରେ ୩୭ ହଜାର ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ୨୭୧ ଜଣଙ୍କର ଜୀବନ ନେଇଛି…