ପ୍ରତି ବ୍ଲକ୍ ରେ ଖୋଲିବ ମିଶନ ଶକ୍ତି କାର୍ଯ୍ୟାଳୟ

166

ଭୁବନେଶ୍ୱର: ରାଜ୍ୟର ପ୍ରତି ବ୍ଲକରେ ଖୋଲିବ ମିଶନ ଶକ୍ତି କାର୍ଯ୍ୟାଳୟ । ୫୦ଲକ୍ଷ ବ୍ୟୟରେ ପ୍ରତି କାର୍ଯ୍ୟାଳୟରେ ଏହି ଗୃହ ନିର୍ମାଣ କରାଯିବ । ସେହିପରି ମିଶନ ଶକ୍ତି ଜରିଆରେ ରାଜ୍ୟର ମହିଳାମାନଙ୍କ ବିକାଶ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ତନ୍ତ୍ର ଯୋଜନା କରିଛନ୍ତି ।

ମିଶନ ଶକ୍ତି ଜରିଆରେ ରାଜ୍ୟରେ ୬ଲକ୍ଷ ୨ହଜାର ୧୩ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଗଠନ କରି ୭୦ଲକ୍ଷ ୧୦ ଜଣ ମହିଳାଙ୍କୁ ସମ୍ପୃକ୍ତି କରିଛନ୍ତି । ବିଶେଷକରି ମହିଳା ଅର୍ଥନୈତିକ ବିକାଶ ଓ ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି । ସେଥିପାଇଁ ଆର୍ଥିକ ସହାୟତା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ପ୍ରଦାନ କରୁଛନ୍ତି ରାଜ୍ୟ ସରକାର । ସିଡ୍ ମନି ନିମନ୍ତେ ଗୋଷ୍ଠୀମାନଙ୍କୁ ୧୫ ହଜାର ଓ ଡିଜିଟାଲ ସଶକ୍ତୀକରଣ ପାଇଁ ୩ ହଜାର ଟଙ୍କା ଦିଆଯାଇଛି ।

ସେହିପରି ୩୩୮ ଗୋଟି ମହାସଂଘଙ୍କୁ ୨୫ ଲକ୍ଷ ଟଙ୍କା ଦିଆଯାଇଛି । ଏହାସହ ମିଶନ ଶକ୍ତି ଋଣ ଦିଆଯାଇଛି । ଚଳିତ ଆର୍ଥିକବର୍ଷରେ ୨ଲକ୍ଷ ୨୪ହଜାର ୬୨୮ ସ୍ୱୟଂ ସହାୟକ ଗୋଷ୍ଠୀକୁ ୩ ହଜାର ୭୦୦, ୮୯ କୋଟି ୯୦ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ପ୍ରଦାନ କରାଯାଇଛି । ଏହାସହ ମହିଳାମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଅର୍ଥନୈତିକ କାର୍ଯ୍ୟକ୍ରମ କରାଯାଇଛି । ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନର ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଉତ୍ତର ଦେଇଛନ୍ତି ।

Leave A Reply

Your email address will not be published.