ପୋକ ଛତୁଆରେ ଗଢା ହେଉଛି ଶିଶୁଙ୍କ ଭବିଷ୍ୟତ

ରାଜ୍ୟ ସରକାର କୋମଳ ମତି ଶିଶୁ ମାନଙ୍କର ବିକାଶ ପାଇଁ ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ସତ।ହେଲେ କିଛି ଛତୁଆ ଯୋଗାଣ କାରି ସଂସ୍ଥା ଅଧିକ ଲାଭର ଲାଳସାରେ ନିମ୍ନ ମାନର ଛତୁଆ ଯୋଗାଇ ଶିଶୁ ମାନଙ୍କର ଜୀବନକୁ ନେଇ ଖେଳ ଖେଳୁଛନ୍ତି । ସୂଚନାଯୋଗ୍ୟ ଯାଜପୁର…

ବାଲିମେଳା ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ମହିଳାଙ୍କ ମୃତ୍ୟୁ

ମାଲକାନଗିରି, ୧ ସେପ୍ଟେମ୍ବର - ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଡ଼ଙ୍ଗା ବୁଡ଼ିବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାମ ମୋତି ଗୋଲରୀ। ସେ ଗତକାଲି ଠାରୁ ନିଖୋଜ ଥିବାବେଳେ ଆଜି ସକାଳୁ ତାଙ୍କ ଶବ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ଗତକାଲି ଅପରାହ୍ନ…

ଆଜି ଗଣେଶ ଚତୁର୍ଥୀ

ଆଜି ଗଣେଶ ଚତୁର୍ଥୀ ,ଗଜାନନଙ୍କ ଆରାଧନାର ଦିନ । ଗଣେଶ ପୂଜା ଅବସରରେ ସବୁଠି ରହିଛି ଉତ୍ସବମୁଖର । ଶିକ୍ଷାନୁଷ୍ଠାନ, କ୍ଲବ, ଅଫିସ, ଅନ୍ୟାନ୍ୟ ପ୍ରତିଷ୍ଠାନ ଏବଂ ପୂଜା ମଣ୍ଡପରେ ମହାସମାରୋହରେ ଆୟୋଜିତ ହୋଇଛି ପୂଜା । ଦୁଇ ବର୍ଷ ପରେ ବିନା କୋଭିଡ୍ କଟକଣାରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ ।…

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୬ ଦିନିଆ ଦିଲ୍ଲୀ ଗସ୍ତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଠାରୁ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଗ୍ରସ୍ତର ପ୍ରଥମ ଦିନରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ନିବେଶକ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ ନିବେଶ ନେଇ ଏହି କାର୍ଯ୍ୟକ୍ରମରେ ଆଲୋଚନା ହେବ । ଆମେରିକା, ୟୁଏଇ, ଓମାନ, କାତାର,…

୩ ଆଇଏଏସ୍‌ଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ପ୍ରକାଶ ପାଇଛି । ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବା ପରେ ରାଜ୍ୟ ସରକାର ଛୋଟ ଅଦଳବଦଳ କରିଛନ୍ତି ।…

ରାଜ୍ୟରେ ନୂଆ ୨୫୭ କରୋନା ଆକ୍ରାନ୍ତ ଚିହ୍ନଟ 

ଭୁବନେଶ୍ଵର, ୨୮ ଅଗଷ୍ଟ - ରାଜ୍ୟରେ ଗୋଟିଏ ଦିନରେ ୨୫୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୨୬୯୨୯ କୁ ବୃଦ୍ଧି ପାଇଛି । ନୂଆ ଚିହ୍ନଟ ୨୫୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧ ଜଣ କ୍ଵାରେଂଟାଇନ (ସଙ୍ଗରୋଧ)ରୁ ଏବଂ ୧୦୬ ଜଣ ଲୋକାଲ୍ କଂଟାକ୍ଟ (ସ୍ଥାନୀୟ…

ରବିବାର ଭାରତ-ପାକିସ୍ତାନ ହାଇଭୋଲ୍‌ଟେଜ୍ ଲଢ଼େଇ

ଦୁବାଇ, ୨୬ା୮: ଏସିଆ କପ୍ କ୍ରିକେଟ୍‌ ପ୍ରତିଯୋଗିତାର ପଞ୍ଚଦଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବ । ଟୋଣ୍ଟି-୨୦ ଭିତ୍ତିରେ ଖେଳାଯିବାକୁ ଥିବା ଏହି ୬ ରାଷ୍ରୀୟ ପ୍ରତିଯୋଗିତାର ପ୍ରଥମ ଦିନରେ ଶ୍ରୀଲଙ୍କାକୁ ଆଫ୍‌ଗାନିସ୍ତାନ ଭେଟିବ । ତେବେ ଦ୍ୱିତୀୟ ଦିନ ଅର୍ଥାତ୍ ରବିବାର ଖେଳାଯିବାକୁ ଥିବା…

ବଞ୍ଚିଛି କିଛି ମଣିଷଙ୍କ ମାନବିକତା

ଏବେ ବି ବଞ୍ଚିଛି କିଛି ମଣିଷଙ୍କ ମାନବିକତା । ଏପରି ମହାନତା ଦେଖାଇଲେ ମହିଳା ଟ୍ରାଫିକ କନଷ୍ଟେବଳ ଦୋସାଲିନ ବେହେରା । ଆଜି କଟକ ଖାନ ନଗର ଟ୍ରାଫିକ ଛକ ନିକଟରେ ମାଆ ଓ ଝିଅ ସ୍କୁଟିରେ ଯାଉଥିବା ବେଳେ ସ୍କୁଟିରୁ ଗଳି ପଡ଼ିଥିଲେ। ଏହି ସମୟରେ ଟ୍ରାଫିକ ପୋଷ୍ଟ ରେ କାର୍ଯ୍ୟରତ ଦୋସାଲିନ୍ ତୁରନ୍ତ…

ସେପ୍ଟେମ୍ବର ୧ରେ ନବାନ୍ନ ଖାଇବେ ମାଁ ସମଲେଶ୍ବରୀ

ନବାନ୍ନ ଖାଇବେ ମା ସମଲେଶ୍ବରୀ । ନୂଆଖାଇ ଦିନ ମାଁ ଙ୍କୁ ନବାନ୍ନ ଲାଗି କରିବାର ନୀତି ରହିଛି । ଏହି ନବାନ୍ନ ଲାଗି ପରେ ପଶ୍ଚିମ ଓଡ଼ିଶାବାସୀ ନୂଆ ଖାଇବାର ପରମ୍ପରା ରହିଛି । ଯାହାକୁ ଅପେକ୍ଷା କରିଥାଏ ପୁରା ପଶ୍ଚିମ ଓଡିଶା । ଏହି ନୂଆ ଖାଇ ପାଇଁ କିଛି ମାସ ଆଗରୁ ସଜେଇ ହୋଇଯାଏ ପୁରା ପଶ୍ଚିମ…

ଈଶ୍ୱର ଚନ୍ଦ୍ର ନାୟକ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର

ଭୁବନେଶ୍ୱର, 26 ଅଗଷ୍ଟ – ଚଳିତ ଗୁରୁଦିବସ ଅବସରରେ ରାଷ୍ଟ୍ରପତିଙ୍କଠାରୁ ଓଡ଼ିଶାର ଈଶ୍ୱର ଚନ୍ଦ୍ର ନାୟକ ଜାତୀୟ ଶିକ୍ଷକ ପୁରସ୍କାର ପାଇବେ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଶ୍ରୀ ନାୟକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ମନ୍ତ୍ରୀ ଶ୍ରୀ ଦାଶ ଶିକ୍ଷକତା…