ଆକାଶରେ ପୁଣି ଶୁଭିଲା ପ୍ରଚଣ୍ଡ ଶବ୍ଦ, ଥରିଲା କୋଠାଘର

ବାଲେଶ୍ବର: ବାଲେଶ୍ବର ଆକାଶରେ ପୁଣି ଶୁଭିଲା ପ୍ରଚଣ୍ଡ ଶବ୍ଦ। କୋଠାଘର ଥରିବା ସାଙ୍ଗକୁ କବାଟ ଓ ଝରକା ହଲିବାକୁ ଲାଗିଥିଲା। ଶବ୍ଦ କେଉଁଠୁ ଆସିଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଦୁଇ ସପ୍ତାହ ପୂର୍ବରୁ ଆକାଶରେ ଏହିପରି ପ୍ରଚଣ୍ଡ ଶବ୍ଦ ଶୁଭିଥିଲା ।

ରାଜ୍ୟରେ ବଢିଛି ମୁଣ୍ଡପିଛା ଆୟ, ଋଣ ଭାରରେ ବୁଡ଼ିନି ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ଋଣ ଭାର ଭଲ ସ୍ଥିତିରେ ଅଛି। ଋଣ ଭାର ତୁଳନାରେ ମୁଣ୍ଡ ପିଛା ଆୟ ଅଧିକ ରହିଛି। ବିଧାନସଭା ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ମୁଣ୍ଡ ପିଛା…

ଇତିହାସ ରଚିଲା ଭାରତୀୟ ଦଳ

ଅହମ୍ମଦାବାଦ : ଭାରତୀୟ ଦଳ ପ୍ରଥମ ଥର ଟେଷ୍ଟ କ୍ରିକେଟରେ ବଡ ଉପଲବ୍ଧି ହାସଲ କରିଛି । ଏ ପର୍ଯ୍ୟନ୍ତ ଯେଉଁ କାରନାମା ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ଦଳ କରିଥିଲେ, ସେହି ରେକର୍ଡ ଏବେ ଭାରତୀୟ କ୍ରିକେଟ୍‌ ଦଳ ନିଜ ନାମରେ କରିଛି । ଭାରତୀୟ ଦଳ ଗୋଟିଏ ଟେଷ୍ଟ ଇନିଂସରେ ପ୍ରଥମ ଥର ପ୍ରଥମ ୱିକେଟରୁ…

ପାରାଦୀପରେ ସ୍ଥାପନ ହେବ ମେଗା ଫିଡ୍‌ କ୍ରାକର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମକୁ ପ୍ରଶଂସା

ପାରାଦୀପ : ପାରାଦୀପରେ ସ୍ଥାପନ ହେବ ଆଉ ଏକ ମେଗା ଫିଡ୍‌ କ୍ରାକର ପ୍ରକଳ୍ପ । ଏହି ପ୍ରସ୍ତାବିତ ପ୍ରକଳ୍ପ ନିମନ୍ତେ ଆଇଓସିଏଲ ଦ୍ୱାରା ୫୮ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ଯୋଜନାକୁ ସାକର କରିବା ଦିଗରେ କେନ୍ଦ୍ରମନ୍ତ୍ରୀ…

ଅଜଣା ବୃଦ୍ଧାଙ୍କ ମୃତଦେହ ସକ୍ରାର

ବୈପାରିଗୁଡା : ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହକୁ ସକ୍ରାର କଲେ ବୈପାରିଗୁଡା ବ୍ଲକ୍‌ର ଜୋନ-୧ ଜିଲ୍ଲାପରିଷଦ ସଭ୍ୟ ରାଜେଶ୍ୱର ମହୁରିଆ ଓ ପୂଜାରୀଗୁଡା ପଞ୍ଚାୟତର ସରପଞ୍ଚ ସତ୍ୟ ମାଝୀ । ବୃଦ୍ଧାଙ୍କୁ ସମ୍ମାନର ସହିତ କାଜୁ ବଗିଚାରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୈପାରିଗୁଡା ଆଣିବା ପରେ…

ଜିମ୍‌ରେ ଯୁବତୀଙ୍କୁ ଦୁଷ୍କର୍ମ : ପୋଲିସର ତନାଘନା

କଟକ : ଜିମ୍‌ ଭିତରେ ଜନୈକ ଯୁବତୀଙ୍କୁ ଦୁଷ୍କର୍ମ କରିଛନ୍ତି ଉକ୍ତ ଜିମ୍‌ ମାଲିକ । ପ୍ରେମ ସମ୍ପର୍କ ରଖି ଯୁବତୀଙ୍କ ନିକଟତର ହୋଇଥିଲେ । ପ୍ରଶିକ୍ଷଣ ଦେଇ ଏହି ସମ୍ପର୍କକୁ ନିବିଡ଼ କରିଥିଲେ । ହେଲେ ଏନର୍ଜି ଡ୍ରିଙ୍କ୍ସ(ଜିମ୍‌ ବ୍ୟବହାରକାରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ପାନୀୟ)ରେ ନିଶା ଦେଇ…

ଅପରେସନ ତ୍ରିଶୂଳ : ୩୩ ପଳାତକଙ୍କୁ ଗିରଫ କରି ଭାରତ ଆଣିଛି ସିବିଆଇ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ବିଦେଶରେ ଲୁଚି ରହିଥିବା ଦେଶର ଅପରାଧୀଙ୍କ ବିରୋଧରେ ଅପରେସନ ତ୍ରିଶୂଳ ଜାରି ରଖିଛି । ଏହା ମାଧ୍ୟମରେ ଏଜେନ୍ସି ବର୍ତ୍ତମାନ ସୁଦ୍ଧା ବାହାରେ ଲୁଚି ରହିଥିବା ୩୩ ଜଣଙ୍କୁ ଦେଶକୁ ଫେରାଇ ଆଣିଛି । ସିବିଆଇର ଜଣେ ବରିଷ୍ଠ ଅଧିକାରୀ…

ମାର୍ଚ୍ଚ ୨୦ରେ ଭାରତ ଆସିବେ ଜାପାନ ପିଏମ୍‌

ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶାଦା ୨୦୨୨ ମାର୍ଚ୍ଚରେ ଦିଲ୍ଲୀ ଯାତ୍ରାରେ ଆସିଥିଲେ । ଏହି ଯାତ୍ରା ବେଳେ ପିଏମ୍‌ ମୋଦୀଙ୍କ ସହ ଚୀନ ଛାଡି ଆସୁଥିବା ଜାପାନ କମ୍ପାନି ଗୁଡିକର ଭାରତରେ ପ୍ଲାଣ୍ଟ ପ୍ରତିଷ୍ଠା ଉପରେ ସେ ଆଲୋଚନା କରିଥିଲେ । ଦୁଇ ଦେଶର ମନ୍ତ୍ରାଳୟ ଏହା ଉପରେ ଅନେକ…

ସିଦ୍ଧାର୍ଥ ମହାନ୍ତି ଏଲଆଇସିର ଅଧ୍ୟକ୍ଷ

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ସରକାରୀ ବୀମା କମ୍ପାନିର ଗୁରୁ ଦାୟିତ୍ୱ ଓଡ଼ିଆଙ୍କ ହାତରେ । ଓଡିଆ ପୁଅ ସିଦ୍ଧାର୍ଥ ମହାନ୍ତିଙ୍କୁ ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ଆସନ୍ତା ତିନି ମାସ ପାଇଁ ତାଙ୍କୁ ଏଲଆଇସିର ଅନ୍ତରୀଣ  ଅଧ୍ୟକ୍ଷ କରାଯାଇଛି । ମାର୍ଚ୍ଚ ୧୪ରୁ ସେ ଦାୟିତ୍ୱ…

ଶ୍ରୀଲଙ୍କା ପରେ ଏବେ ବାଂଲାଦେଶରେ ଆର୍ଥିକ ସଙ୍କଟ

ନୂଆଦିଲ୍ଲୀ : ଆନ୍ତର୍ଜାତୀୟ ରେଟିଂ ଏଜେନ୍ସି ମୁଡିଜ୍‌'ର ରେଟିଂକୁ ହ୍ରାସ କରିବା ନିଷ୍ପତ୍ତିକୁ ନେଇ ବାଂଲାଦେଶର ବ୍ୟାଙ୍କିଙ୍ଗ ସେକ୍ଟରକୁ ଏକ ବଡ଼ ଝଟ୍‌କା ଲାଗିଛି । ମୁଡିଜ୍‌ ବାଂଲାଦେଶର ବ୍ୟାଙ୍କିଙ୍ଗ ବିଭାଗର ରେଟିଂକୁ ସ୍ୱାଭାବିକ ସ୍ଥରରୁ ତଳସ୍ଥରକୁ ନେଇ ଆସିଛି । ଅର୍ଥନୀତିଜ୍ଞ ତଥା…