୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିବ କାଳିଆ କିସ୍ତି, ଝାରସୁଗୁଡାକୁ ବାଦ୍‌ ଦେଲେ ସରକାର

ଭୁବନେଶ୍ବର: ଉତ୍କଳ ଦିବସରେ ମିଳିବ କାଳିଆ କିସ୍ତି । ଆସନ୍ତାକାଲି ଉତ୍କଳ ଦିବସରେ ଚାଷୀମାନଙ୍କୁ କାଳିଆ କିସ୍ତି ଅର୍ଥ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଣ୍ଟନ କରିବେ । ଭିସି ମାଧ୍ୟମରେ ରାଜ୍ୟର ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ କାଳିଆ କିସ୍ତି ଅର୍ଥ ବଣ୍ଟନ କରାଯିବ । ତେବେ ଝାରସୁଗୁଡ଼ା…

ଆଜିଠୁ ଆଇପିଏଲ ମହାସମର : ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଗୁଜରାଟ- ଚେନ୍ନାଇ

ଅହମ୍ମଦାବାଦ : ଆଜିଠାରୁ ଆରମ୍ଭ ହେଉଛି ଫଟାଫଟ କ୍ରିକେଟ । ସ୍ଲାମବାଙ୍ଗ୍ କ୍ରିକେଟର ସବୁଠାରୁ ଗ୍ଲାମରସ୍ ଇଭେଂଟ୍ ଆଇପିଏଲର ୧୬ ତମ ସଂସ୍କରଣ । ୧୦ଟି ଟିମ ଭିତରେ ଲାଗିବ ଟକ୍କର  । ଦେଶର ୧୨ଟି ଷ୍ଟାଡିୟମରେ ୫୨ ଦିନ ପର୍ଯ୍ୟନ୍ତ ୭୦ ଲିଗ ସହିତ ମୋଟ ୭୪ଟି ମ୍ୟାଚ ହେବ । ୧୮ଟି ଡବଲ ହେଡର ଅର୍ଥାତ…

ମହାନଦୀ ଜଳ ବିବାଦ ନେଇ ବିଧାନସଭାରେ ବିବୃତି ରଖିଲେ ମନ୍ତ୍ରୀ ଟୁକୁନି ସାହୁ

ଭୁବନେଶ୍ବର: ଏକତରଫା ଓ ବେଆଇନ ଭାବେ ମହାନଦୀ ପାଣିକୁ ଛତିଶଗଡ଼ ଅଟକାଇବା ମହାନଦୀ ଜଳ ବିବାଦର ମୂଳ କାରଣ । ମହାନଦୀ ଜଳ ବିବାଦ ନେଇ ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଏହି ବିବୃତି ରଖିଛନ୍ତି । ୨୭ ଦଶମିକ ୪୮ ନିୟୁତ ଏକର ଫୁଟ ପାଣିକୁ ବ୍ୟବହାର କରୁଛି ଛତିଶଗଡ଼ । ଓଡ଼ିଶାକୁ…

ମେ ୧୦ରେ ଝାରସୁଗୁଡା ଉପ-ନିର୍ବାଚନ

ମେ ୧୦ରେ ହେବ ଝାରସୁଗୁଡାରେ ନିର୍ବାଚନ  । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କରିଛନ୍ତି ଏହି ଘୋଷଣା  । ଦେଶରେ ହେବାକୁ ଥିବା ସମସ୍ତ ଉପ-ନିର୍ବାଚନ ତଥା ସଂସଦୀୟ କ୍ଷେତ୍ର ଏବଂ ବିଧାନସଭା କ୍ଷେତ୍ରରେ ଅନୁଷ୍ଠିତ ହେବ ନିର୍ବାଚନ  । ୪ଟି ବିଧାନସଭା ଏବଂ ଗୋଟିଏ ସଂସଦୀୟ କ୍ଷେତ୍ରରେ…

୩୨ ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ୧୧ ହଜାର ମୁହାଁ ସକ୍ରିୟ ମାମଲା

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି । ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି । ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ସାମାନ୍ୟ କମିଛି । ସେହିପରି ସକ୍ରିୟ ମାମଲାରେ ବୃଦ୍ଧି ଦେଖିବାକୁ…

ପୁଣି ରେପୋ ରେଟ୍‌ ବଢାଇପାରେ ଆରବିଆଇ

ନୂଆଦିଲ୍ଲୀ: ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ଏବେ ବି ଆରବିଆଇ ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟ ଉପରେ ରହିଛି । ମୁଦ୍ରାସ୍ଫୀତି ୬ ପ୍ରତିଶତ ତଳେ ରଖିବାରେ ଆରବିଆଇ ବିଫଳ ହୋଇଛି। ବିଶ୍ୱର ଅନ୍ୟ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ସହ ଆମେରିକାର ଫେଡେରାଲ ବ୍ୟାଙ୍କ ମଧ୍ୟ ସୁଧ ହାର ବଢାଇବାରେ ଲାଗିଛି । ଏହାରି…

ମାଲକାନଗିରି ଗସ୍ତରେ 5T ସଚିବ, ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା

ମାଲକାନଗିରି : ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ମାଲକାନଗିରି ଗସ୍ତରେ ଅଛନ୍ତି  । ମାଥିଲିରେ ପହଞ୍ଚିବା ପରେ ଶିବସାଗର ଯାଇ ଉନ୍ନତିକରଣ ସମୀକ୍ଷା କରିଛନ୍ତି 5T ସଚିବ । ପରେ ପ୍ରସ୍ତାବିତ ରେଳ ଲାଇନ ଓ ସପ୍ତଧରା ଜଳସେଚନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଏହାପରେ ଲୋକଙ୍କ…

ବିଧାନସଭାରେ ଆସିଲା ଆପାର୍ଟମେଣ୍ଟ ବିଧେୟକ, ଏଣିକି ଗ୍ରାହକଙ୍କ ପାଖରେ ପରିଚାଳନା ଦାୟିତ

ଭୁବନେଶ୍ୱର : ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ୍‌ ପାଇଁ ଫିଟିଲା ବାଟ । ବିଧାନସଭାରେ ଆଗତ ହେଲା ବହୁ ପ୍ରତୀକ୍ଷିତ ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍‌ ଆଣ୍ଡ ମ୍ୟାନେଜମେଣ୍ଟ ବିଲ୍‌-୨୦୨୩ । ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଏହି ବିଲକୁ ବିଧାନସଭାରେ ଆଗତ କରିଥିଲେ । ବିଲ୍‌ ଅନୁସାରେ ଫ୍ରି ହୋଲ୍ଡ…

ସାରା ଦେଶରେ ରାହୁଲ ଝଡ଼

ନୂଆଦିଲ୍ଲୀ : ଲୋକସଭାରୁ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପରେ ଏବେ କଂଗ୍ରେସ ଦଳ ଆର୍‌-ପାର୍‌ ମୁଡ୍‌ରେ ରହିଛି । କଂଗ୍ରେସ ଦଳ ଏବେ କୋର୍ଟ ସମେତ ରାସ୍ତା ଉପରକୁ ଓହ୍ଲାଇଛି । ସାଂସଦ ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ବିରୋଧରେ ଆଜି ସମଗ୍ର ଦେଶରେ କଂଗ୍ରେସ ଦିନିକିଆ…

ନଦୀରେ ଗାଧୋଇଲା ବେଳେ ଭାସିଗଲେ ୩ ଛାତ୍ର

ଜଗତସିଂହପୁର: ଦେବୀ ନଦୀରେ ଭାସିଯାଇ ୩ ଛାତ୍ର ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ମାଛଗାଁ ନିକଟ ଦେବୀ ନଦୀରେ ଗାଧୋଇଲା ବେଳେ ଉକ୍ତ ୩ ଛାତ୍ର ଭାସିଯାଇ ନିଖୋଜ ହୋଇ ଯାଇଛନ୍ତି। ଖବର ପାଇ ଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ବାରା ଖୋଜାଖୋଜି ଚାଲିଛି । ନିଖୋଜ ୩ ଛାତ୍ର ଭୁବନେଶ୍ବରରୁ…